କରଞ୍ଜିଆ: କରଞ୍ଜିଆରେ କାଳବୈଶାଖୀ ପ୍ରଭାବରେ ପବନ, ବର୍ଷା,ବିଜୁଳି ସହିତ କୁଆ ପଥର ମାଡ,ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ
କରଞ୍ଜିଆ ସହର ସମେତ ବ୍ଲକ ର ବିଭିନ୍ନ ସ୍ଥାନରେ ଆଜି ଦିବା ୨ ଘଟିକା ସମୟ ଠାରୁ ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା,ବିଜୁଳି,କୁଆ ପଥର ମାଡ ହେଇଥିବା ଦେଖିବାକୁ ମିଳିଛି। ପବନର ବେଗ ଅଧିକ ଥିବାରୁ କିଛି ସ୍ଥାନରେ ଗଛ ଓ ଡାଳ ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବା ସ୍ଥାନ ମାନଙ୍କରେ ମରାମତି କାର୍ଯ୍ୟ ସରିବା ପରେ ବିଦ୍ୟୁତ୍ ସେବା ସ୍ଵାଭାବିକ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କୁଆ ପଥର ମାଡ଼ ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି।