ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ୨୪ତାରିଖ ମଧ୍ୟାହ୍ନ 3ଟାରୁ ଅପରାହ୍ନ 5ଟା 40 ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ସଭାଗୃହ ପରିସର ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ - ୨୦୨୫ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଙ୍କ ସଭାପତିତ୍ବ ବୈଠକ ରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,ତହସିଲଦାର ଚନ୍ଦନ କୁମାର ନାୟକ, ଥାନଥିକାରି ଜ୍ୟୋତି ପ୍ରକାଶ ତାଣ୍ଡି,ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ମଞ୍ଚାସିନ ହୋଇଥିଲେ