ଭଞ୍ଜନଗର: କୁଲାଡ଼ରେ ରଥ ନିର୍ମାଣ ପାଇଁ ବନ ବିଭାଗ ପଠାଇଲା କାଠ
କୁଲାଡ଼ରେ ରଥ ନିର୍ମାଣ ପାଇଁ ବନବିଭାଗ ପଠାଇଲା କାଠ । ଭଂଜନଗର ନିକଟ କୁଲାଡ଼ ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୋଟିଏ ରଥରେ ତିନିଠାକୁର ମାଉସୀ ମା ମନ୍ଦିରକୁ ଯାତ୍ରା କରିଥାନ୍ତି । ଏଠାରେ ବ୍ୟବହୃତ ରଥ ଟି ପୁରୁଣା ହୋଇଯାଇଥିବା ବେଳେ ଆବଶ୍ୟକ କାଠ ପାଇଁ ବନବିଭାଗକୁ ଦେବୋତ୍ତର ବିଭାଗ ର ଅନୁରୋଧ କ୍ରମେ ୨୮ ଖଣ୍ଡ କାଠ ଆଜି କୁଲାଡ଼ରେ ରାତି ୯.୩୦ ସମୟ ରେ ପଂହଁଚିଛି । ଭଂଜନଗର ତହସିଲଦାର, ଆର ଆଇ ଙ୍କ ସମେତ ଗ୍ରମବାସୀ ଉତ୍ସହର ସହ କାଠ ଗାଡିକୁ ସ୍ୱାଗତ କରିଛନ୍ତି । ଖୁବ ଶୀଘ୍ର ରଥ କାମ ଆରମ୍ଭ ହେବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।