ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଏବଂ କେନ୍ଦ୍ରୀୟ ସହର ଜୟପୁର ଠାରେ ନୂତନ ଭାବେ ଆରଡିସି କାର୍ଯ୍ୟାଳୟ ଏବଂ ସ୍ୱତନ୍ତ୍ର ସର୍କିଟ ହାଉସ ସ୍ଥାପନ କରିବାକୁ ଜୟପୁର ବିକାଶ ମଞ୍ଚ ପକ୍ଷରୁ ଆଜି ଦିନ 11ଟା 30 ମିନିଟ ସମୟରେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଜୟପୁର ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମଞ୍ଚର ସାଧାରଣ ସମ୍ପାଦକ ନବକୃଷ୍ଣ ରଥ, ନରସିଂହ ପାଣିଗ୍ରାହୀ,ସୁଧାଂଶୁ ଶେଖର ପଟ୍ଟନାୟକ,ନରସିଂହ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I