ନୂଆଗାଁ: ବେଲପଡା ଗ୍ରାମର ଅସହାୟ ମହିଳାଙ୍କୁ ସହାୟତାର ହାତ ବଢ଼ାଇଲେ ତଣ୍ଡିପୁର ସମିତିସଭ୍ୟ
Nuagaon, Ganjam | Sep 22, 2024 ଚିକିଟି ନିର୍ବାଚନ ପାତ୍ରପୁର ବ୍ଳକ ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତ ବେଲପଡ଼ା ଗ୍ରାମର ମା ଓ ଝିଅ ଦୁଇ ଅସହାୟ ମହିଳାଙ୍କୁ ଯୁବ ସମାଜସେବୀ ତଥା ତଣ୍ଡିପୁର ପଞ୍ଚାୟତର ସମିତି ସଭ୍ୟ ରାମକୃଷ୍ଣ ନାୟକ କିଛି ଆର୍ଥିକ ସହାୟତ କରିଥିବା ଜଣାପଡ଼ିଛି | ସୂଚନା ମୁତାବକ ଗ୍ରାମର ଗୋଟିଏ ଘରେ ରହି ଆସୁଥିବା ପାର୍ବତୀ ସାହୁ (୭୦) ବହୁ ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ରହିଥିବା ବେଳେ ଝିଅ କୁରି ସାହୁ (୫୨) ଜଣେ ଭିନ୍ନକ୍ଷମ ମହିଳା ଅଟନ୍ତି | ଅର୍ଥ ଅଭାବରୁ ମାଆଙ୍କ ଚିକିତ୍ସା ମଧ୍ୟ କରିପାରୁ ନାହାଁନ୍ତି |