ଧାନ କିଣା ବିକା ଅଚଲାବସ୍ଥାକୁ ନେଇ ଜୟ କିସାନ ଆନ୍ଦୋଳନ ପକ୍ଷରୁ ସମତା ଭବନ ଠାରେ ଶନିବାର ଅପରାହ୍ନ ୪.୩୦ ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବରିଷ୍ଠ ଚାଷୀ ନେତା ଲିଙ୍ଗରାଜଙ୍କ ସମେତ ଜୟ କିସାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ ଓ ସମ୍ପାଦକ ହର ବଣିଆ ଉପସ୍ଥିତ ରହି ଚାଷୀ ମାନଙ୍କ ଟୋକନ ସମସ୍ୟା,କଟନୀ ଛଟନିକୁ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି | ବର୍ତମାନ ସ୍ଥିତି ୨୦୦୧ -୨ ଭଳି ହୋଇଥିବା ବେଳେ ଚାଷୀ ଚଳିତ ବର୍ଷ ଧାନ କିଣା ବିକା କିପରି ହେବ ସେନେଇ ଚିନ୍ତାରେ ରହିଛନ୍ତି ବୋଲି ଚାଷୀ ନେତା ଲିଙ୍ଗରାଜ କହିଛନ୍ତି ।