ନାଲକୋ: ତାପମାତ୍ରା ବଢିବା ନେଇ ଆସନ୍ତାକାଲି ପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର
Nalco, Angul | Apr 13, 2024 ରାଜ୍ୟରେ ପୁଣି ଫେରିଛି ତାତି ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଆସନ୍ତାକାଲି ପାଇଁ ଅନୁଗୋଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁଗୋଳ ଜିଲ୍ଲାକୁ ରବିବାର ପାଇଁ ୟେଲୋ ବର୍ଣ୍ଣି ଜାରି କରାଯାଇଥିବା ଶନିବାର ପୂର୍ବାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।