ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ୫୫ତମ ବାର୍ଷିକ କ୍ରୀଡ଼ା ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ତାଙ୍କର ପ୍ରୟାସ, ଶିଷ୍ଟାଚାର ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଯୁବ ପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ଚେତନା, ଆତ୍ମବିଶ୍ୱାସ ଓ ଶାରୀରିକ ସୁସ୍ଥତାର ଉନ୍ନତି ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟକ। ସମସ୍ତ ଅଂଶଗ୍ରହଣକାରୀ, ଶିକ୍ଷକମାନେ