ଆଜି ସକାଳୁ ଏକ ବସ ରେ ଦୁଇ ଯୁବକ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଖବର ପାଇ ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ମୋବାଇଲ ସ୍କ୍ୱାର୍ଡ ଟିମ୍ ସହ ଗୁରାପଲ୍ଲୀ ଟୋଲ ଗେଟ ନିକଟରେ ଚଢ଼ାଉ କରି ୧୬ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ । ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ହିରାମଣି ସିଂ ଓ ଭାଗିରଥ କୁମାର ସିଂ ଙ୍କୁ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ସୂଚନା ପ୍ରଦାନ କରିଛନ୍ତି ।