ମଙ୍ଗଳବାର ଖଡିପାହି ଗାଁରୁ ୫୦ କେଜିରୁ ଅଧିକ ଓଜନର ଏକ ହରିଣ ଉଦ୍ଧାର ହୋଇଛି। ହରିଣଟି ଏକ ଜାଲରେ ଛନ୍ଦି ହୋଇ ଯାଇଥିବା ବେଳେ ହରିଣଟିକୁ ଗ୍ରାମବାସୀ ସୁରକ୍ଷିତ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଗ୍ରାମବାସୀଙ୍କଠାରୁ ନେଇ କୁଲଡିହା ଅଭୟାରଣ୍ୟରେ ଛାଡିଥିବା ଜଣାଯାଇଛି।