ରେଙ୍ଗାଲି: କଳାମାଟି ପଞ୍ଚାୟତ ର ଗୋଡ଼ଭଗା କେମ୍ପରେ ରାବଣପୋଢ଼ି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ
କଳାମାଟି ପଞ୍ଚାୟତ ର ଗୋଡ଼ଭଗା କେମ୍ପ ପଡିଆରେ ରାବଣ ପୋଢ଼ି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶନିବାର ରାତି 9 ଟା ସମୟରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗଦାନ କରିଥିଲେ l ରାବଣ ଦରବାର ରେ ରେଙ୍ଗାଲି ବିଧାୟକ ଙ୍କୁ ଗୋଡ଼ଭଗା କେମ୍ପ ରାବଣ ପୋଢ଼ି କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା l କମିଟିର ସଭାପତି ମଧୁ ଶର୍ମା ବିଧାୟକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ l ଏହା ସହିତ ଗୋଶାଳା ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ଙ୍କୁ ମଧ୍ୟ ରାବଣପୋଢ଼ି କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା l