ଗୋବିନ୍ଦପୁର: କେଛୁପାଣି ସାପ୍ତାହିକ ହାଟ ନିକଟ ଜମିରେ ଲାଗିଲା ନିଆଁ, ଆୟତ୍ତ କଲେ ଦମକଳ ବାହିନୀ
ରେଳ ବିଭାଗ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ସାପ୍ତାହିକ ହାଟ ନିକଟ ସରକାରୀ ବୃକ୍ଷରୋପଣ ଜମିରେ ନିଆ ଲାଗିଥିବା ବେଳେ ଦମକଳ ବାହିନୀ ନିଆ କୁ ଆୟତ୍ତ କରିଥିବା ଜଣାପଡିଛି। ସୂଚନା ଅନୁସାରେ କେଛୁପାଣି ସାପ୍ତାହିକ ହାଟ ନିକଟ ରେ ଥିବା ରେଳ ଲାଇନ କଡ ବୁଦା ରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ବୁଦା ସଫା ଉଦ୍ଦେଶ୍ୟ ନେଇ କେତେକ ରେଳ କର୍ମଚାରୀ ନିଆ ଲଗାଇ ଥିବା ବେଳେ ଅସାବଧାନତା ବଶତଃ ନିଆ ବ୍ୟାପି ପାଖ ବୃକ୍ଷରୋପଣ ଜମି କୁ ମାଡ଼ି ଆସିଥିଲା। ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ।