ମଙ୍ଗଳବାର ଥୁଆମୁଳ ରାମପୁର ବ୍ଲକର ଦୁଇ ଲକ୍ଷ୍ମୀ ବସ୍ କର୍ମଚାରୀ ପୃଥକ ପୃଥକ ଭାବେ କାର୍ଯ୍ୟ କରି ନିଜ ମହାନତା ଦେଖାଇଛନ୍ତି। ଥୁଆମୁଳ ରାମପୁର ଠାରୁ ନାକରୁଣ୍ଡି ପଞ୍ଚାୟତ ଅଞ୍ଚଳକୁ ଯାଉଥିବା ଲକ୍ଷ୍ମୀ ବସରେ ଅମଠାଗୁଡାରୁ ଜଣେ ବୃଦ୍ଧ ବସ୍ କୁ ଚଢିଥିଲେ । କିନ୍ତୁ ତାଙ୍କ ଗୋଡ଼ରେ ଟାଙ୍ଗିଆ ବାଜିଥିବା ଯୋଗୁଁ ରକ୍ତାକ୍ତ ହେଇଥିଲା। ଏନେଇ ବସ୍ କର୍ମଚାରୀ ଜାଣିବା ପରେ ତୁରନ୍ତ ଫାଷ୍ଟେଡ ବକ୍ସରୁ ଚିକିତ୍ସା ସାମଗ୍ରୀ ବାହାର କରି ଚିକିତ୍ସା କରିଥିଲେ। ସେହି ଭଳି କଣାସୁକଲି ରାସ୍ତାରେ ଗର୍ତ୍ତ ଥିବାରୁ ବସ ଚଳାଚଳରେ ବାଧା ହେଉଥିଲା। ତେଣୁ ବସ୍ କର୍ମଚାରୀ ମାଟି ମେଟାଲ ଦେଇ ଗର୍ତ୍ତ ପୋତି ଥିଲେ