ଜୟପୁର ସଦର ଥାନା କୁମୁଲିପୁଟ ରେ ଥିବା ଘର ଭିତର ତାଲା ଭାଙ୍ଗି ଦୁବୁତ୍ତ ମାନେ ଚୋରି କରିଛନ୍ତି । ଗ୍ରାମର ଜଗନ୍ନାଥ ଶତପଥି ଅଭିଯୋଗ କରିଛନ୍ତି । ସେ ପରିବାର ସହ ୩ ଦିନ ହେବ ବାହାରକୁ ଯାଇଥିଲେ । ଫେରି ଦେଖିବା ବେଳେ ଘର ବାହାର ପଟୁ ତାଲା ଭାଙ୍ଗା ହେବା ସହ ଆଲମାରି ଭାଙ୍ଗି ୩ ଭରି ସୁନା ଆଳଙ୍କାର, ରୁପା ଜିନିଷ, ୧ ଲକ୍ଷ ୪୫ ହଜାର ଟଙ୍କା, ରାଇସ କୁକୁର ଆଦି ଚୋରି ହୋଇଛି । ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ସଦର ପୋଲିସ ତରଫରୁ ଆଜି ସଂନ୍ଧ୍ୟା 6ଟାରେ ସୁଚନା ଦିଆଯାଇଛି ।