ଅନୁଗୋଳ: ଭାରତୀୟ ମଜ଼ଦୂର ସଂଘ ସହବନ୍ଧିତ ଆଲୁମିନିୟମ ମଜ଼ଦୂର ସଂଘ ପକ୍ଷରୁ କୁଲାଡ଼ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ
Anugul, Angul | Aug 28, 2024 ଭାରତୀୟ ମଜ଼ଦୂର ସଂଘ ସହବନ୍ଧିତ ଆଲୁମିନିୟମ ମଜ଼ଦୂର ସଂଘ ପକ୍ଷରୁ କୁଲାଡ଼ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବାଦଲ ମହାରଣା ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ l ଏଥିରେ ସଂଘର ସମସ୍ତ ସଦସ୍ୟଙ୍କ ସମେତ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l