ଖଲ୍ଲିକୋଟ ରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କୁ କେହି ଅପହରଣ କରି ନେଇଥିବା ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଖଲ୍ଲିକୋଟ ସାମନ୍ତ ସାହିର ଉମାକାନ୍ତ ସାମନ୍ତ ଙ୍କ ପୁଅ ଆୟୁଷ୍ମାନ ସାମନ୍ତ ବୋଲି ସୂଚନା ମିଳିଛି । ଆଜି ସକାଳ ପ୍ରାୟ ୬ ଟା ସମୟରେ ଆୟୁଷ୍ମାନ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ । ହେଲେ ସେଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖଲ୍ଲିକୋଟ ସହର ର ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ଶେଷରେ ନିରାଶ ହୋଇ ପୁଅକୁ କେହି ଅପହରଣ କରି ନେଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ।