ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ନିକଟରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଓ ନୂତନ ଉଦ୍ଭାବନ କ୍ଷମତାକୁ ଉତ୍ସାହିତ କରିବା । ବିଜ୍ଞାନ ମେଳାଟି ସକାଳ ୯ ଘଟିକାରେ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମିକାନ୍ତ ସାହୁ , ମୁଖ୍ୟ ଅତିଥି ଭାବେ ରାସୋଳ କୁମାର କ୍ଳବର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଆଚାର୍ଯ୍ୟ ଓ ସମ୍ମାନୀୟ ଅତିଥି ଭାବେ ରାସୋଳ ସନରାଇଜ୍ କ୍ଳବ୍ ର ସଭାପତି ଭାସ୍କର ଚନ୍ଦ୍ର ନାୟକ ପ୍ରମୁଖ ଯୋ