ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ଶ୍ରୀଶ୍ରୀ ସିଦ୍ଧେଶ୍ୱର ଙ୍କ ପୀଠରେ ରବିବାର ଦିନ ନିଖିଳ ଓଡିଶା ଏମ ଡି ଏମ ପାଚିକା ସହାୟିକା ସଂଘ ବେଗୁନିଆପଡା ବ୍ଲକ ଶାଖାର ସଭାପତି ଝୁନୁ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସଂଘର ହିସାବ ପତ୍ର କରାଯାଇଥିଲା । ଏହା ପରେ ସେମାନଙ୍କର ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ବେଗୁନିଆପଡା ବ୍ଲକ ସଂଘ ସଭାପତି ଝୁନୁ ପ୍ରଧାନ, ଉପ ସଭାପତି ଛାୟାବତୀ ବେହେରା, ସମ୍ପାଦକ ପ୍ରଣିତା ରଥ, ସଂଗଠକ ପ୍ରବୀଣ କର ଯୋଗଦେଇ ପାଚିକା ଓ ସହାୟିକା ଙ୍କ କାର୍ଯ୍ୟ ତୁଳନା ରେ ପାଉଥିବା ପରିତୋଷିକ ଠିକ ନୁହେଁ ।