ବେଗୁନିଆପଡା ବ୍ଲକ ନିକଟସ୍ଥ ବାପୁଜୀ ଷ୍ଟାଡିୟମ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା । ପାୟୋନିୟର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ମାନେ ପାରିଚାଳନା କରିଥିଲେ । ଆଜିର ମ୍ୟାଚ ହିଞ୍ଜିଳିକାଟୁ ସହିତ ବେଗୁନିଆପଡା ମଧ୍ୟରେ ମୁକାବିଲା ହୋଇଥିଲା। ହିଞ୍ଜିଳିକାଟୁ ଟିମ ନିର୍ଧାରିତ 20 ଓଭର ରେ 6 ୱାଇକେଟ ହରାଇ 155 ରନ କରିଥିଲେ ଜବାବ ରେ ବେଗୁନିଆପଡା ଦଳ 13 ଓଭର 5 ୱାଇକେଟ ହରାଇ 155 ରନ କରି ବିଜୟୀ ହୋଇଛି । ଆଜିର ମ୍ୟାଚକୁ ଦୁର୍ଯ୍ୟୋଧନ ଦୋରା ଓ ସଦାଶିବ ନାୟକ ପରିଚାଳନା କରିଥିବା ବେଳେ ଶିବରାମ ମାଝୀ ପୁରସ୍କୃତ ହୋଇଥିଲେ ।