ଭାରତର ଜମ୍ମୁ କାଶ୍ମୀର ପହଲଗାମ ଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ଵାରା ନିର୍ଦ୍ଦୋଷ ହିନ୍ଦୁ ମାନଙ୍କର ହତ୍ୟା ଘଟଣା ପରେ ଗତକାଲି ବିଳମ୍ୱିତ ରାତି ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଥିବା ଆତଂକବାଦୀ ଆଡ୍ଡା ସ୍ଥଳୀ ଗୁଡିକୁ ନିପାତ କରାଯାଇଥିଲା। ଭାରତୀୟ ସେନାର ଏହି ବିରତ୍ଵ ପାଇଁ ଆଜି ରାତି ପ୍ରାୟ ୮ ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ସହରର କଚେରି ଛକ ଠାରେ ଜନ ସାଧାରଣଙ୍କ ଦ୍ଵାରା ବିଜୟ ଉତ୍ସବ ପାଳନ କରାଯିବା ସହିତ ପାକିସ୍ତାନ ବିରୋଧୀ ନାରା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ବର୍ଗର ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।