ମର୍ଦ୍ଦରାଜ ମହୋତ୍ସବ -୨୦୨୬ ତିନି ଦିନ ଧରି ଖୁବ ଧୂମଧାମ ରେ ପାଳିତ ହେବ। ଜାନୁଆରି ୧୧, ୧୨, ୧୩ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି ମହୋତ୍ସବ ରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ। ସ୍ଥାନୀୟ କଳାକାର ଙ୍କ ସହିତ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ କଳାକାର ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୫ ଟା ସମୟରେ ସ୍ଥାନୀୟ ଯୁବରାଜ ବଙ୍ଗଳା ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଏହି ସମସ୍ତ ସୂଚନା ଦେଇଛନ୍ତି ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ।