ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ଏମସିଏଲ ଗେଷ୍ଟ ହାଉସରେ ରାଜସ୍ୱ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା ବ୍ରଜରାଜନଗର ପୌର ଏମସିଏଲ ଗେଷ୍ଟ ହାଉସରେ ରାଜସ୍ୱ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଲଖନପୁର ଅଞ୍ଚଳର ସରପଞ୍ଚ ମାନେ l ଆଜି ଗୁରୁବାର ରାତି ପ୍ରାୟ ୮ ଟା ରୁ ୯ ଟା ଯାଏଁ ଏହି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଲଖନପୁର ଅଂଚଳର ଗ୍ରାମପଂଚାୟତ ଗୁଡିକରେ ପ୍ରଶାସନିକ ଅଧିକାରୀଙ୍କ ସହ ସରପଞ୍ଚ ମାନେ ମିଶି କିପରି ତୃଣମୂଳ ସ୍ତରରୁ ସମସ୍ତ ସରକାରୀ ଯୋଜନା ଲୋକଙ୍କୁ ପାଖକୁ ପହଂଚାଇ ପାରିବେ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ କରି ପାରିବେ ସେଦିଗରେ ଆଲୋଚନା କରାଯାଇଛି l