କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ଖରିଫ ଧାନ କ୍ରୟ ପାଇଁ ପ୍ରସ୍ତୁତି ବୈଠକ
ଚଳିତ ଖରିଫ ଫସଲ ଧାନ ଅମଳ ହେଉଥିବା ବେଳେ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ସରକାର ପ୍ରସ୍ତୁତ ହେଉଥିବା ଆସନ୍ତା 23 ତାରିଖରେ ଗଞ୍ଜାମ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ସଭା ଗୃହରେ କୋଦଳା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ସସ୍ମିତା ଶତପଥିଙ୍କ ତତ୍ୱାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ବ୍ଲକର ପଞ୍ଜିକୃତ ସମସ୍ତ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ କିଣାଯାଇପାରିବ। ମିଲର ଠିକ ସମୟରେ ଚାଷୀଙ୍କ ଧାନ ନେବା, ସମବାୟ ସମ୍ପାଦକ ଓ ମହିଳା ସଂଘ ମାନେ ଉପସ୍ଥିତ ଥିଲେ ।