ଧର୍ମଗଡ: ବେଙ୍ଗଲୋର ରୁ କେବିଡି ଗାଁ କୁ ଫେରିଲା ଦାଦନ ଶ୍ରମିକ ର ମୃତ ଶରୀର
କେନ୍ଦ୍ର , ରାଜ୍ୟ ଓ ଧର୍ମଗଡ ନଗର ରେ ଟ୍ରିପଲ୍ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ଆବଶ୍ୟକ କର୍ମ ନିଯୁକ୍ତି ଅଭାବ ରୁ ଧର୍ମଗଡ ନଗର କେବିଡି ଗ୍ରାମ ରେ ଜଣେ ଯୁବକ ପେଟ ପାଟଣା ପାଇଁ ବେଙ୍ଗଲୋର କୁ ଦାଦନ ଖଟି ଯାଇ କୌଣସି କାରଣ ବଶତଃ ସେଠାର ତାଙ୍କର ମୃତ୍ୟୁ ହୋଇଛି।ଏହି ଘଟଣା ଏବେ ଧର୍ମଗଡ ସହର ରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ବେଙ୍ଗଲୋରରୁ ମୃତ ଶରୀର ଗାଁ କୁ ପହଁଚିଲା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।