ଛତ୍ରପୁର: ଧାନ କିଣା ପ୍ରକ୍ରିୟାକରଣ ପାଇଁ ଜିଲ୍ଲାପାଳଙ୍କ ଓସ୍ୱାନ ହଲରେ ସମୀକ୍ଷା ବୈଠକ ଅନୁଷ୍ଠିତ
ଖରିଫ ଋତୁ ୨୦୨୪-୨୫ରେ ଧାନ କିଣା ପ୍ରକ୍ରିୟାକରଣ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବୁଧବାର ଦିନ ୧୨ ଘଣ୍ଟା ସମୟରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ୱସାନ ହଲରେ ଭିସି ଜରିଆରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଧାନ କୁଇଟାଂଲ ପିଛା ୩୧ଶହ ରହିବ । ଯାହାକି ଚଳିତ ବର୍ଷ ଚାଷୀ ଅଧିକ ଉତ୍ସାହିତ ରହିଛନ୍ତି । ଚାଷୀଙ୍କ ଠାରୁ ଧାନ କିଣା ପ୍ରକ୍ରିୟା ବେଳେ ଯେପରି କୈାଣସି ସମସ୍ୟା ଉପଯିବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି ।