ସତ୍ୟବାଦୀ: ମଧୁବନ ଗ୍ରାମରୁ ଏକ ହରିଣ ଛୁଆକୁ ଉଦ୍ଧାର କଲା ବନ ବିଭାଗ
ସତ୍ୟବାଦୀ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ମଧୁବନ ଗ୍ରାମରୁ ଆଜି ଦିନ ୧୨ଟାରେ ଏକ ହରିଣ ଛୁଆ ଉଦ୍ଧାର। ପାଖ ଜଙ୍ଗଲରେ ଥିବା ଏକ ହରିଣ ଛୁଆ ବାଟ ଭୁଲି ରାସ୍ତା ଉପରକୁ ଚାଲି ଆସିଥିଲା। ଫଳରେ କିଛି ବୁଲା କୁକୁର ହରିଣଟିକୁ ଦେଖି ଭୁକିବା ଆରମ୍ଭ କରିଦେଇଥିଲେ। ହରିଣ ଭୟ ଗାଁକୁ ପଶି ଆସିଥିଲା। ହରିଣଟିକୁ ଗ୍ରାମବାସୀ ଦେଖି ପ୍ରଥମେ ଉଦ୍ଧାର କରି ପରେ ପୁରୀ ବନ ବିଭାଗକୁ ଖବର ଦେଇଥିଲେ। ସେମାନେ ଆସି ହରିଣଟିକୁ ଦିନ ୩ଟାରେ ଉଦ୍ଧାର କରି ନେଇଛନ୍ତି।