ସମ୍ବଲପୁର ସହରର କୁଲୁଥକାନୀ ମୁଖ୍ୟ ରାସ୍ତାରେ କିଛି ଦିନ ହେବ ଜଳୁନାହି ଷ୍ଟ୍ରୀଟ୍ ଲାଇଟ୍ ଏଥିପାଇଁ ଯାତାୟାତ ସମୟରେ ବହୁ ଅସୁବିଧା ଭୋଗୁଛନ୍ତି ଜନସାଧାରଣ। ସୁଚନା ଅନୁସାରେ କୁଲୁଥକାନୀ ମୁଖ୍ୟ ରାସ୍ତାରେ କୁଲୁଥକାନୀ ବ୍ରିଜ୍ ଠାରୁ କୁଲୁଥକାନୀ ମୁଖ୍ୟ ଛକ ପର୍ଯ୍ୟନ୍ତ ରାସ୍ତାରେ ଥିବା ସବୁ ଷ୍ଟ୍ରୀଟ୍ ଲାଇଟ୍ ଅଚଳ ଥିବାରୁ ତାହା ଜଳୁନଥିବା ବେଳେ ମୁଖ୍ୟ ରାସ୍ତାରେ ଅନ୍ଧକାର ହେଉଛି।ଏଥିପାଇଁ ଯାତାୟତ ବେଳେ ଜନସାଧାରଣ କ୍ଷେତ୍ରରେ ବଡ଼ ଅସୁବିଧା ହେବା ସହ ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ଏନେଇ ଆଜି ଜନସାଧାରଣ ନିଜ ପ୍ରତିକ୍ରିୟା ରଖିଛନ୍ତି।