ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣକର ମୃତ୍ୟୁ ଘଟିଛି। ମୃତ ନାବାଳକ ବୋଲି ସୂଚନା ମିଳିଛି। ମୃତକ ଜଣକ ସେହି ଗାଁର ୧୭ ବର୍ଷୀୟ ନିରଞ୍ଜନ ସାହୁ। ବୁଧବାର ଅପରାହ୍ନରେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିବା ବେଳେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।