ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତର ମୋହନପୁର ଗ୍ରାମରେ ଥିବା ସମବାୟ ସମିତି ପରିସରରେ ଆଜି ଦିନ ୧୧ ଟା ସମୟରେ ଧାନ ମଣ୍ତିର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେଶପୁର ସମିତି ସଭ୍ୟ ଉଲ୍ଲାସ ପରିଡ଼ା, ବରିଷ୍ଠ ବିଜେପି ନେତା ରମେଶ ପରିଡ଼ା ଯୋଗଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ ।