ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ଦେଓପଦା ଠାରେ ବିଜେଡିର ମିଶ୍ରଣ ପର୍ବ, ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ କର୍ମୀ
ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି. ଅନ୍ୟ ଦଳ ପରିତ୍ୟାଗ କରି ୧୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳଙ୍କ ଉପସ୍ଥିତି ବିଜେଡି ରେ ସାମିଲ ହୋଇଥିଲେ. ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା।