ବାହୁଡ଼ା ଯାତ୍ରା କୁ ନେଇ ହରିଡ଼ାମୂଳ ଛକ ନିକଟରେ ପୋଲିସ ଗାଡ଼ି ଯାଞ୍ଚ ପ୍ରକ୍ରିୟା କୁ ଜୋରଦାର କରିଛି । ଆଜି ଦିନ ସାଢ଼େ ୧୦ ଟା ସମୟରେ ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଥାନା ଏଏସଆଇ ହରି କୃଷ୍ଣ ସାମଲ, ଏଏସଆଇ ଉମା ଚରଣ ପ୍ରଧାନଙ୍କ ସହ ପୋଲିସ ଟିମ ହରିଡ଼ାମୂଳ ଛକ ନିକଟରେ ବିଭିନ୍ନ ଗାଡ଼ି ତନ ତନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।