ଧର୍ମଗଡ: ଆମପାଣି ଘାଟି ରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଡ୍ରାଇଭର ମୃତ,ପୋଲିସ ର ତଦନ୍ତ ଜାରି।
ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଟ୍ରକ ଟି ଘାଟି ର ୨୦ ଫୁଟ ତଳେ ପଡିଥିବା ବେଳେ ଟ୍ରକ ରେ ଥିବା ଡ୍ରାଇଭର ସତ୍ୟ ପଟେଲ(୪୨) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଶବ ପଠାଇଛି ପୋଲିସ।