କୋଟପାଡ: ବୈପାରୀଗୁଡା ସଦର ମହକୁମା ସ୍ଥିତ ଗାଁ ମଶାଣିରେ ନଳକୂପ ଖନନ ହେଲା
ଗାଁ ମଶାଣିରେ ନଳକୂପ ଖନନ l ବୈପାରୀଗୁଡା ବ୍ଲକ ସଦର ମହକୁମା ସ୍ଥିତ ଗାଁ ମଶାଣୀ ରେ ଆଜି ସକାଳ ଆଠ ଟା ସମୟରେ ନଳକୁପ ଖନନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ମଣି ନାୟକ l ବହୁବାର ଗାଁ ଲୋକଙ୍କ ଅଭିଯୋଗ ପରେ ଆଜି ଗାଁ ମଶାଣିରେ ନଳକୂପ ଖନନ ହୋଇଛି l ସୂଚନା ଥାଉକି, ଗାଁ ମସାଣି ସ୍ଥାନାନ୍ତରିତ ହେବା ପରେ ପାଣି ପାଇଁ ହନ୍ତସନ୍ତ ହେଉଥିଲେ ଗ୍ରାମବାସୀ l ଏନେଇ ବହୁବାର ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ଓ ବିଧାୟକ ସମସ୍ତ ଙ୍କୁ ଗୁହାରୀ ପରେ ଏବେ ଆଜି ମସାଣିରର ନଳକୂପ ଖନନ ହୋଇଛି l