ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦପୁର ଟାଟା କଲୋନୀ ମୁଖ୍ୟ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି।ଏକ ମୋଟରସାଇକେଲ ବସ୍ କୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ବେରିକେଟ କୁ ଧକ୍କା ଦେଇଥିଲା। ସୋମବାର ପୂର୍ବାହ୍ନରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ବାଇକ୍ ପଛରେ ବସିଥିବା ଜଣେ ମହିଳା ଆହତ ହୋଇଥିବା ଜଣାପଡିଛି।