ମଙ୍ଗଳବାର ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ବି.ଡି.ଓ ଧ୍ରୁବ ଚରଣ ମୁଦୁଲିଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ସମିତି ଅଧ୍ୟକ୍ଷ ଦୟାନିଧୂ ମାଝୀ ଅଧ୍ୟକ୍ଷତା କରିଥିଲେ । ଆଗାମୀ ଜାନୁଆରୀ ୬ ଏବଂ ୭ ଦୁଇ ଦିନ ଧରି ଥୁଆମୁଳ ରାମପୁର ଖଣ୍ଡୁଆଳ ପଡିଆ ଠାରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଥିଲା।