ପୋଲସରା: ସ୍ଥାନୀୟ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ
ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ ପାଳିତ।ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି।ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପୋଲସରାର ୟୁଥ୍ ରେଡକ୍ରସ ୟୁନିଟ୍ ର ମିଳିତ ଆନୁକୂଲ୍ୟରେ ଦିବା ଏକ ଘଣ୍ଟା ସମୟରେ ବନ ମହୋତ୍ସବ ସପ୍ତାହ ପଞ୍ଚମ ଦିନର କାର୍ଯ୍ୟକ୍ରମ ଅନୁଷ୍ଠାନ ଅଧ୍ୟକ୍ଷ ପ୍ରଦୀପ କୁମାର ପରମଗୁରୁ ଓ ରେଡକ୍ରସ ସଂଯୋଜକ ଅଧ୍ୟାପକ ଡ଼ଃ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।