ସମ୍ବଲପୁରର ଉପକଣ୍ଠସ୍ଥ ପଣ୍ଡରିପାଲି ରାସ୍ତାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ମୃତ୍ୟୁ l ବୁଧବାର – ଗୁରୁବାର ମଧ୍ୟ ରାତ୍ରିରେ ପଣ୍ଡରିପାଲି ରାସ୍ତାରେ ଯାଉଥିବା ବେଳେ ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପଣ୍ଡ୍ରିପାଲି ନିବାସୀ ଜିଗ୍ନେଶ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମହେଶ ଭୋଇ ଓ ରଜନୀ ଓରାମ ନାମକ ୨ ଜଣ ଯୁବକ ଆହତ ହୋଇଛନ୍ତି । ଘଟଣା ପରେ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଜିଗ୍ନେଶ ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଶାସନ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଭୟ ବାଇକକୁ ଜବତ କରିବା ସହି