ରବିବାର ଦିନ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ବାଲି ଦୋହଲି ଗ୍ରାମରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ସେବା ଓ ସେବକ ସପ୍ତାହ ପାଳିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବା ଓ ସେବକ ସପ୍ତାହ ଅବସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |