ଭଣ୍ଡାରିପୋଖରୀ: ଯାଜପୁର ଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁରୀପଡା ଗ୍ରାମର ଦୁଇ ଯୁବକଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କଲେ ବିଧାୟକ
ବୁଧବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଣ୍ଡାରୀପୋଖରୀ ନେରଡ଼ା ପଞ୍ଚାୟତ ପୁରିପଡ଼ା ଗ୍ରାମର ସତ୍ୟନାରାୟଣ ମିଶ୍ରଙ୍କ ପୁଅ ଆଦିତ୍ୟ ଏବଂ ସେହି ଗ୍ରାମର ତରଣୀ ମଲ୍ଲିକଙ୍କ ପୁଅ ପ୍ରକାଶ ମଲ୍ଲିକଙ୍କ ପାର୍ଥିବ ଶରୀରକୁ ଗୁରୁବାର ଯାଜପୁରରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଶେଷ ଦର୍ଶନ କରିଛନ୍ତି। ଏହା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।