କରଞ୍ଜିଆ: ପୂର୍ତ୍ତ ବଙ୍ଗଳା ଠାରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
ପଶ୍ଚିମ ମୟୁରଭଞ୍ଜ କଂଗ୍ରେସ ପକ୍ଷରୁ ଆଜି ଦିବା ୧ ଘଟିକା ସମୟରେ କରଞ୍ଜିଆ ସ୍ଥିତ ପୂର୍ତ୍ତ ବଙ୍ଗଳା ଠାରେ ଜିଲ୍ଲା ସଭାପତି ଭୁବନ ସାହୁଙ୍କ ସଭାପତିତ୍ବରେ ସମ୍ବିଧାନ ବଞ୍ଚାଅ ସମ୍ପର୍କିତ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ମହାନ୍ତି ଯୋଗ ଦେଇ ଦଳର ଆଭିମୁଖ୍ୟ ବାବଦକୁ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ।