କିରିପସିରା ଛକ ଠାରେ ଦୁର୍ଘଟଣା ଘଟଣା ରେ ୨୪ ଘଣ୍ଟା ପରେ ରାସ୍ତାରୋକ ହଟିଲା... ରବିବାର ଅପରାହ୍ନରେ ଗର୍ଜବାହାଲ କିରିପସିରା ଛକରେ ସଂଘଟିତ ଦୁର୍ଘଟଣା ରେ ଜୈନିକ ଯୁବକ ର ମୃତ୍ୟୁ ଘଟଣା ରେ ଚାଳିଥିବା ରାସ୍ତାରୋକ ଆନ୍ଦୋଳନ ଆଜି ଦିନ 4 ବେଳେ ପ୍ରଶାସନ ସହ ଆଲୋଚନା ପରେ ୨୪ ଘଣ୍ଟା ପରେ ଶବ ଉଠିବା ସହ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଶାସନ ପକ୍ଷରୁ ହେମଗିର ତହସିଲଦାର ଲବଲେନ୍ଦୁ ମହାନ୍ତି ଆନ୍ଦୋଳନକାରୀ ଙ୍କ ବିଭିନ୍ନ ଦାବୀ ଉପରେ ଆଲୋଚନା କରି ମୃତକ ପରିବାର କୁ କ୍ଷତିପୂରଣ ଅର୍ଥ ଏବଂ ପରିବାରର ଜଣଙ୍କୁ ଠିକା ନିଯୁକ୍ତି ଦେବ ଉପରେ ସହମତି ପରେ ଶବ ଉଠିଥିଲା