ଧର୍ମଶାଳାରେ ଅନୁସୂଚିତ ଜାତି ଓ ଉପଜାତି ସଂଗଠନ ପକ୍ଷରୁ ପ୍ରତିବାଦ। ଧର୍ମଶାଳା ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ସମୟରେ ଉପସ୍ଥିତ ଥିବା ଦଳିତ ଭାଇଙ୍କୁ ଜାତି ଗତ ଆକ୍ଷେପ କରିବା ସହ ମାଡ଼ ମାରିବା ଘଟଣାରେ ଯାଜପୁର ସଦର ଥାନାରେ ଅଭିଯୋଗ ହୋଇଥିଲେ ବି ଆସମୀ ମାନଙ୍କୁ ଗିରଫ କରାଯାଇନାହିଁ। ଏନେଇ ଆସମୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଶାନ୍ତି ବଜାର ଠାରୁ ବାହାରି ଧର୍ମଶାଳା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ। ଏଥିସହ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।