ବାମରା ମକର ଯାତ୍ରାରେ ମୋବାଇଲ ଫୋନ୍ ଲୁଟ କରିବା ଅଭିଯୋଗ ରେ ପୋଲିସ ବାମରା ଅଞ୍ଚଳ ର ଅଣେ ରିକ୍ସା ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସମ୍ପୃକ୍ତ ଅଭିଯୁକ୍ତ ଜଣକ ବାମରା ସିସଲଫାର୍ମ ଅଞ୍ଚଳର କ୍ରିଷ୍ଣା ପ୍ରଧାନ ଓରଫ କନ୍ହୈୟା ବୋଲି ଜଣାପଡିଛି। ସେ ବାମରା ଅଞ୍ଚଳ ରେ ରିକ୍ସା ଚାଳକ ଭାବେ କାମ କରନ୍ତି। ପୋଲିସ ତାଙ୍କ ତାଗରୁ ଚୋରି ମୋବାଇଲ ଜବତ କରିବା ସହ ତାଙ୍କୁ ଗିରଫ ଜାରି ସନ୍ଧ୍ୟା ୭ ଟାରେ କୁଚିଣ୍ଡା କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।