ନାଲକୋ: ବାହାଡ଼ାକାନୀ ଗ୍ରାମରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
Nalco, Angul | Aug 17, 2024 ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ବାହାଡ଼ାକାନୀ ଗ୍ରାମରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଶନିବାର ସନ୍ଦ୍ୟା୫:୩୦ସମୟରେ ଜଣାପଡ଼ିଛି। ସୁଚନା ଅନୁସାରେ ବାହାଡ଼ାକାନୀ ଗ୍ରାମର ହେମନ୍ତ ମାଟିଆରି ନାମକ ବ୍ୟକ୍ତି ଶୌଚ ପାଇଁ ଗ୍ରାମ ନିକଟ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସି ଯିବା ଫଳରେ ବୁଡି ଯାଇଥିଲେ।ସ୍ଥାନୀୟ ଲୋକ ଜାଣିବା ପରେ ହେମନ୍ତ ମାଟିଆରିଙ୍କୁ ଉଦ୍ଧାର କରି ଥିଲେ। କିନ୍ତୁ ହେମନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲ ପଠେଇ ଥିବା ଜଣାପଡିଛି।