ସୋନପୁର: ସହରର ମହାନଦୀରେ ବିରଳ ଜନ୍ତୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା
ସହରର ମହାନଦୀରେ ବିରଳ ଜନ୍ତୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସୁବର୍ଣ୍ଣପୁର ଜିଲ୍ଲା ସଦର ଲଙ୍କେଶ୍ବରୀ ନିକଟସ୍ଥ ମହାନଦୀରେ ପ୍ରିୟ ୬ଟି ବିରଳ ଜଳଜନ୍ତୁ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମହାନଦୀର ବିଭିନ୍ନ ସ୍ଥାନରେ ଏହି ଜନ୍ତୁ ୬ଟି ପହଁରୁଥିବାର ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଜନ୍ତୁଗୁଡ଼ିକ 'ଓଧ' ବା 'ଓଟର୍' (Otter) ଭଳି ଦେଖାଯାଉଛନ୍ତି। ଯେଉଁମାନେ ପାଣିରେ ରୁହନ୍ତି ଏବଂ ମାଛ ଖାଆନ୍ତି।