ବୀରମହାରାଜପୁର ମୈତ୍ରୀ ସଦନ ଠାରେ ଉପଖଣ୍ଡ ସାମ୍ବାଦିକ ସଙ୍ଘର ଏକ ବୈଠକ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ସଭାପତି ସ୍ଵୟଂଭୂ ନାଥ ଖଣ୍ଡଗିରିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବହୁ ସାମ୍ବାଦିକ ଯୋଗଦେଇ ଥିଲେ l ବୈଠକରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଉନ୍ନତି, ନୂତନ ସଦସ୍ୟ ଗ୍ରହଣ, ପୂର୍ବତନ ସଦସ୍ୟଙ୍କ ନବୀକରଣ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା l ସହ ସମ୍ପାଦକ। ଯୁଗଳ କିଶୋର ମିଶ୍ର ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ବାସୁଦେବ ପଣ୍ଡା ଧନ୍ୟବାଦ ଦେଇଥିଲେ l