ପଂଚାୟତରାଜ ବ୍ୟବସ୍ଥାରେ ଗ୍ରାମକୁ ଫୋକସ କରିବା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସୁସ୍ଥ ଗ୍ରାମ ପଂଚାୟତ ଗଠନ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ, ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ସୁବିନିଯୋଗ କରିଵା ସହ ସରକାରଙ୍କ ବିଭିନ୍ନ ଯୋଜନାରେ ମହିଳା ଙ୍କୁ ସାମିଲ କରିବା, ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବେଗୁନିଆପଡା ବ୍ଲକ ମର୍ଦରାଜ ସମ୍ଳୀଳନି କକ୍ଷରେ ବୁଧବାର ଦିନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମକୁ ଫୋକସ କରାଯିବା ସହ ସୁସ୍ଥ ପଂଚାୟତ ଗଠନଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।