ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବର ଉଦଜାପନୀ ଦିବସ ରବିବାର ଅପରାହ୍ନ 5.30 ମିନିଟ ସମୟରେ ଶେଷ ହୋଇଯାଇଛି । ଏଥିରେ ସାଧକ ଶିବରାମ ପଣ୍ଡା, ଶୁକଦେବ ଗୌଡ଼, ସିମାଞ୍ଚଳ ସାହୁ ବିଦ୍ୟାଳୟ ର ଅଧକ୍ଷ ସନ୍ତୋଷ କୁମାର ନାୟକ, ହଷ୍ଟେଲ ପରିଚାଳକ ପ୍ରଶାନ୍ତ କୁମାର ବିଷୋୟୀ ଯୋଗଦେଇ କୀଡା ଦ୍ୱାରା ଶାରୀରିକ ମାନସିକ ଏପରି କି ବୌଦ୍ଧିକ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରି ଥିଲେ । ଚାରି ଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।