ସୁକିନ୍ଦା: ସୁକିନ୍ଦା ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଘର ପାର୍ଶ୍ୱରୁ ବିରଳ ପ୍ରଜାତିର ଚନ୍ଦନ ବୋଡ଼ା ବିଷଧର ସାପ ଉଦ୍ଧାର
ସୁକିନ୍ଦା ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରାଣୀ ଓଝାଙ୍କ ଘର ପାର୍ଶ୍ୱରେ ଏକ ବିରଳ ପ୍ରଜାତିର ଚନ୍ଦନ ବୋଡା ବିଷଧର ସାପକୁ ଦେଖି ପରିବାର ବର୍ଗ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ୍ ବେହୁରାଙ୍କ ସହିତ ଯୋଗାଯୋଗ କରିଥିଲେ । ସୌମ୍ୟଜିତ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷଧର ଚନ୍ଦନ ବୋଡା ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁକିନ୍ଦା ପାଖ ଜଙ୍ଗଲରେ ଛାଡି ଦେଇଥିବା ଦେଖିବାକୁ ମିଳିଛି ।