ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିରରେ ୧୩୮ ତମ ଆବିର୍ଭାବ ଉତ୍ସବ ଓ ସତସଙ୍ଗ ମହୋତ୍ସବରେ ଯୋଗଦେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ
ଆଜି ପୂର୍ବାହ୍ନ ୧୦ଟାରେ ସହରର ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିରରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଆବିର୍ଭାବ ଉତ୍ସବ ଏବଂ ବାଲେଶ୍ୱର ଜିଲ୍ଲା ସତସଙ୍ଗ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏଥି ସହ ମୁଖ୍ୟ ଅତିଥି ଶ୍ରୀ ଦାସ ପୁସ୍ତକ 'ଐଶାୟନୀ ' ର ଲୋକାର୍ପଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ସତସଙ୍ଗ ପ୍ରାର୍ଥନା ଆଦି ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।